ସତ୍ୟଶିଖା ୧୬/୦୨/୧୦୨୧ : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଗରିବ, ଅସହାୟ ଲୋକଙ୍କ ପାଇଁ ଭଗବାନ ହୋଇଯାଇଛନ୍ତି । ଅନେକ ଲୋକ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି । ସୋନୁଙ୍କ ମହାନତା ଏବେ ବି ଜାରି ରହିଛି । ତେବେ ଏହି ରିୟଲ ଲାଇଫ ହିରୋ ସୋନୁ ସୁଦଙ୍କ ଲାଇଫଷ୍ଟାଇଲ ଅନ୍ୟ ତାରକାଙ୍କ ଭଳି ଶାନଦାର । ସୋନୁ ଏକ ବଡ ସମ୍ପତ୍ତିର ମାଲିକ । ସୋନୁ ସୁଦଙ୍କ ଘର ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷଣୀୟ। ସେ ନିଜ ପରିବାର ସହ ଏଠାରେ ରୁହନ୍ତି ।
ସେଥିପାଇଁ ପୁଅର ଆଲମାରୀରେ ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଫଟୋ ତିଆରି ହୋଇଛି । ଏହି ଫଟୋ ଉପରେ ଇଂରାଜୀରେ ଲେଖାଯାଇଛି Aim for your goals ଅଭିନେତା ସୋନୁ ସୁଦଙ୍କ ଘର ବାସ୍ତୁଶାସ୍ତ୍ର ଓ ପରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି । ଲିଭିଂ ରୁମରେ ମନୋରଞ୍ଜନ ପାଇଁ ଅଲଗା ବ୍ୟବସ୍ଥା ରହିଛି । ଏଠାରେ ସେ ନିଜ ପରିବାର ସହ ସମୟ କାଟନ୍ତି । ତାଙ୍କ ଘରର ଛାତ ମଧ୍ୟ ବହୁତ ସୁନ୍ଦର ଭାବେ ଡିଜାଇନ କରାଯାଇଛି । ଅଭିନେତା ସୋନୁ ସୁଦ ବଲିଉଡ ଛଡା ପଞ୍ଜାବୀ, ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।