ମନୋରଞ୍ଜନସିନେମା

ପତ୍ନୀ ସୋନାଲିଙ୍କ ସହ ଏହି ଘରେ ରୁହନ୍ତି ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍

ସତ୍ୟଶିଖା ୧୬/୦୨/୧୦୨୧ : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଗରିବ, ଅସହାୟ ଲୋକଙ୍କ ପାଇଁ ଭଗବାନ ହୋଇଯାଇଛନ୍ତି । ଅନେକ ଲୋକ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି । ସୋନୁଙ୍କ ମହାନତା ଏବେ ବି ଜାରି ରହିଛି । ତେବେ ଏହି ରିୟଲ ଲାଇଫ ହିରୋ ସୋନୁ ସୁଦଙ୍କ ଲାଇଫଷ୍ଟାଇଲ ଅନ୍ୟ ତାରକାଙ୍କ ଭଳି ଶାନଦାର । ସୋନୁ ଏକ ବଡ ସମ୍ପତ୍ତିର ମାଲିକ । ସୋନୁ ସୁଦଙ୍କ ଘର ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷଣୀୟ। ସେ ନିଜ ପରିବାର ସହ ଏଠାରେ ରୁହନ୍ତି ।ସୋନୁ ସୁଦଙ୍କ ଏହି ଘର ମୁମ୍ବାଇରେ ଅଛି । ତାଙ୍କ ଘର କୌଣସି ପଞ୍ଚତାରକା ହୋଟେଲଠୁ କମ ନୁହେଁ । ଘରର ଇଣ୍ଟରିୟର ଠାରୁ ଆରମ୍ଭ କରି ଆସବାବପତ୍ର ଏବଂ ସମସ୍ତ ଜିନିଷ ବହୁତ ଖାସ । ଘରେ ସବୁ ପ୍ରକାର ସୁଖ ସୁବିଧା ଉପଲବ୍ଧ । ସୋନୁ ସୁଦଙ୍କ ଘର ଅନ୍ଧେରୀ ୱେଷ୍ଟ ଯମୁନା ନଗର ଲୋଖଣ୍ଡଵାଲାରେ ଅବସ୍ଥିତ । ମୁମ୍ବାଇ ସ୍ଥିତ ୨୬୦୦ ବର୍ଗଫୁଟର ୪ଟି ବେଡରୁମ ବିଶିଷ୍ଟ ହଲ ଆପାର୍ଟମେଣ୍ଟ । ଏହି ଘରକୁ ଲାଟେଷ୍ଟ ଟେକ୍ନୋଲୋଜିରେ ତିଆରି କରାଯାଇଛି । ଘରକୁ ବହୁତ ସୁନ୍ଦର ଭାବେ ସଜାଯାଇଛି । ସୋନୁ ସୁଦ ବହୁତ ଧାର୍ମିକ । ଭଗବାନଙ୍କ ଉପରେ ତାଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି । ସେଥିପାଇଁ ସେ ନିଜ ଘରେ ଏକ ବଡ ଆକାରର ଠାକୁର ଘର ମଧ୍ୟ ତିଆରି କରିଛନ୍ତି ।ଘରେ ଅନେକ ପ୍ରକାର ସୋଫା ଓ କାଉଚ ରହିଛି ଯେଉଁଠାରେ ବସି ଘରର ସୌନ୍ଦର୍ଯ୍ୟର ମଜା ନିଆଯାଇପାରିବ । ସୋନୁ ସୁଦଙ୍କ ଏହି ବଡ ଘରେ ଏକ ସ୍ୱିମିଙ୍ଗ ପୁଲ ବି ଅଛି ଯେଉଁଠାରେ ସେ କ୍ୱାଲିଟି ଟାଇମ ଵିତାନ୍ତି । ଲିଭିଂ ରୁମରେ ଇଟାଲିୟନ ଫ୍ଲୋରିଂ ରହିଛି । ଘରର କାନ୍ଥରେ ସିଲ୍କ ୱାଲପେପର ଲଗାଯାଇଛି ଯେଉଁଥିପାଇଁ ଘର ଆହୁରି ସୁନ୍ଦର ଦେଖାଯାଉଛି । ସୋନୁ ସୁଦ ନିଜ ଘରେ ଅନେକ ସ୍ଥାନରେ କାଚ ବ୍ୟବହାର କରିଛନ୍ତି । ଏଥିପାଇଁ ତାଙ୍କ ଘର ଆହୁରି ବିଶାଳ ଦେଖାଯାଏ । ସୋନୁ ସୁଦଙ୍କ ପୁଅ ୬ ବର୍ଷର । ତାଙ୍କ ପୁଅକୁ ଫୁଟବଲ ବହୁତ ପସନ୍ଦ ।

ସେଥିପାଇଁ ପୁଅର ଆଲମାରୀରେ ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଫଟୋ ତିଆରି ହୋଇଛି । ଏହି ଫଟୋ ଉପରେ ଇଂରାଜୀରେ ଲେଖାଯାଇଛି Aim for your goals ଅଭିନେତା ସୋନୁ ସୁଦଙ୍କ ଘର ବାସ୍ତୁଶାସ୍ତ୍ର ଓ ପରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି । ଲିଭିଂ ରୁମରେ ମନୋରଞ୍ଜନ ପାଇଁ ଅଲଗା ବ୍ୟବସ୍ଥା ରହିଛି । ଏଠାରେ ସେ ନିଜ ପରିବାର ସହ ସମୟ କାଟନ୍ତି । ତାଙ୍କ ଘରର ଛାତ ମଧ୍ୟ ବହୁତ ସୁନ୍ଦର ଭାବେ ଡିଜାଇନ କରାଯାଇଛି । ଅଭିନେତା ସୋନୁ ସୁଦ ବଲିଉଡ ଛଡା ପଞ୍ଜାବୀ, ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

Show More
Back to top button