ସତ୍ୟଶିଖା ୧୧/୦୧/୨୦୨୧ : ଘରୋଇ ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଂଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଚିଂବା ପରେ ତର୍ଜମା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ହାଇକୋର୍ଟ କହିଛନ୍ତି, ଏମଓୟୁ ଅନୁସାରେ ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ ।
ସ୍କୁୁଲ ଫି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା
