

ସତ୍ୟଶିଖା(ଭୁବନେଶ୍ୱର ) ୩୦.୧୨.୨୦୨୧: ରାଜ୍ୟରେ ୨୨୫ ନୂଆ କୋଭିଡ ଆକ୍ରାନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୧୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୨ ଓ ସ୍ଥାନୀୟ ସଂକ୍ରମିତ ୯୩ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୭ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ବାଲେଶ୍ୱରରୁ ୧୨, ବରଗଡ ୨, ଭଦ୍ରକ ୨, ବଲାଙ୍ଗିର ୩, କଟକ ୧୧, ଦେବଗଡ ୫, ଢେଙ୍କାନାଳ ୧, ଗଞ୍ଜାମ ୧, ଯାଜପୁର ୪, ଝାରସୁଗୁଡା ୯ ଓ କେନ୍ଦ୍ରାପଡାରୁ ୪ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ୬, ଖୋର୍ଦ୍ଧା ୮୭, ମୟୁରଭଞ୍ଜ ୧୦, ନବରଙ୍ଗପୁର ୨, ନୂଆପଡା ୪, ପୁରୀ ୩, ରାୟଗଡା ୨, ସମ୍ବଲପୁର ୨୩, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୨୦ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୦୪୪୪୪୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୬୫୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।