ନ୍ୟୁଜ୍ରାଜ୍ୟ

ପାରାଦୀପରେ ଦୁଇ କେନ୍ଦ୍ରମନ୍ତ୍ରୀ, ଆମଦାନି , ରପ୍ତାନି ଓ ଯାନ୍ତ୍ରିକ କ୍ଷେତ୍ରରେ କଲେ ସମୀକ୍ଷା

ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧: ପାରାଦୀପରେ ପହଞ୍ଚି ବନ୍ଦରରେ କୋଇଲା ତଥା ଅନ୍ୟାନ୍ୟ ଦ୍ରବ୍ୟର ଆମଦାନି ଓ ରପ୍ତାନି ଓ ଯାନ୍ତ୍ରିକ କ୍ଷେତ୍ର ପରିଦର୍ଶନ କଲେ ଖଣି ଓ କୋଇଲା କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ।

ମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବୋସ୍ତ ମଧ୍ୟ କରାଯାଇଛି । ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସହିତ ସମସ୍ତ ପଦାଧିକାରୀ, ପ୍ରଶାସନିକ ଅଧିକାରୀ ଓ ପାରାଦୀପ ବିଜେପିର ନେତୃବୃନ୍ଦ ସ୍ୱାଗତ କରିଛନ୍ତି ।

ପରିଦର୍ଶନ କରିବା ସହ ଆଗକୁ କିପରି ଏହି କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି । ପୂର୍ବ ଭାରତରେ ଥିବା ବିଭିନ୍ନ ବନ୍ଦରମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ପ୍ରମୁଖ ବନ୍ଦର ଭାବରେ ନିଜ ପରିଚୟ ସୃଷ୍ଟି କରିଛି ଯାହାଫଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛି। ତେବେ ଆଗକୁ ମଧ୍ୟ ଏହି ପରିଚୟ ବଜାଇ ରଖିହେବ ସେନେଇ ଅଧିକ କାର୍ଯ୍ୟକ୍ରମ ଚାଲିଛି ।

Show More
Back to top button