ନ୍ୟୁଜ୍ରାଜନୀତିରାଜ୍ୟ

ଏପ୍ରିଲ ୫ରେ ଧାମନଗର ଏନଏସିରେ ପୁନଃ ମତଦାନ: ୬ ତାରିଖରେ ହେବ ଭୋଟ ଗଣତି

ସତ୍ୟଶିଖା (ଭଦ୍ରକ) ୩୦.୦୩.୨୦୨୨: ଭଦ୍ରକ ଜିଲ୍ଲା ଧାମନଗରରେ ପୁଣି ହେବ ହେବ ପୁନଃ ନିର୍ବାଚନ । ଏପ୍ରିଲ ୫ ତାରିଖରେ ଧାମନଗର ଏନଏସିରେ ପୁନଃ ନିର୍ବାଚନ । ୬ଟି ବୁଥରେ ୫ ତାରିଖରେ ରି-ପୋଲ୍ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ, ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ବୁଥରେ ହେବ ସାନି ମତଦାନ । ଏନେଇ ୫ ତାରିଖରେ ଭୋଟ ଗ୍ରହଣ ଓ ୬ ତାରିଖରେ ହେବ ଭୋଟ ଗଣତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Show More
Back to top button