ସତ୍ୟଶିଖା (ମୁମ୍ବାଇ) ୦୨/୧୨/୨୦୨୦ : ବୁଧବାର ଆରମ୍ଭ ହେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ତେବେ ଆଜିଠାରୁ ହେବାକୁ ଥିବା ସମୀକ୍ଷା ବୈଠକରେ ଆରବିଆଇ କ୍ରମାଗତ ତୃତୀୟ ଥର ପାଇଁ ମୁଦ୍ରା ନୀତି ହାରକୁ ଅପରିବର୍ତ୍ତିତ ରଖିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ବିଶେଷଜ୍ଞ ଅନୁଯାୟୀ, ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ହେତୁ ମୁଦ୍ରା ନୀତି କମିଟି (ଏମପିସି) ବୋଧହୁଏ ସୁଧ ହାରରେ ଆଉ ପରିବର୍ତ୍ତନ କରିବ ନାହିଁ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ୬ ଜଣିଆ ମୁଦ୍ରା ନୀତି କମିଟିର ବୈଠକ ହେବ । ଏହି ବୈଠକ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଜିଠୁ RBIର ମୁଦ୍ରାନୀତି ବୈଠକ
