ସତ୍ୟଶିଖା (କଟକ) ୦୫/୦୧/୨୦୨୧ : ଆସନ୍ତା ୧୧ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତରର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ପାଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଖି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ଅନ୍ଲାଇନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାମାରୀକୁ ଦେଖି ରେଭେନ୍ସା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ବିଶ୍ୱବିଦ୍ୟାଳୟର ୱେବ୍ସାଇଟ୍ରେ କୋଭିଡ୍ କଟକଣାର ସମସ୍ତ ନିୟମ ଖୁବ ଶୀଘ୍ର ରହିବ । ଛାତ୍ରଛାତ୍ରୀଙ୍କ ଆସବା ପୂର୍ବରୁ ବିଶ୍ବବିଦ୍ୟାଳୟର ସମସ୍ତ ହେଷ୍ଟଲ, କ୍ଲାସ୍ରୁମକୁ ପ୍ରଥମିକତା ଦିଆଯାଇ ସାନିଟାଇଜ୍ କରାଯିବ । ରେଭେନ୍ସାକୁ ଆସବା ପାଇଁ ଛାତ୍ରଛାତ୍ରୀ କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିବା ଜରୁରୀ ବୋଲି ବିଶ୍ୱବିଦ୍ୟାଳୟ ସିସିଡି ପ୍ରଫେସର ଡକ୍ଟର ସ୍ମୃତିପ୍ରଭା ଦାସ କହିଛନ୍ତି । ଆଜିର ଅନ୍ଲାଇନ୍ ବୈଠକରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚୌଧୁରୀଙ୍କ ସହିତ ରେଭେନ୍ସା ସିସିଡି ସ୍ମୃତିପ୍ରଭା ଦାସ, ଚିଫ୍ ୱାର୍ଡେନ କିଶୋର କୁମାର ଦାସଙ୍କ ସହିତ ସମସ୍ତ ବିଭାଗର ମୁଖ୍ୟଙ୍କ ସହିତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।