ଦେଶନିଯୁକ୍ତିବିଦେଶରାଜ୍ୟ

ରୋଜଗାର ମିଳିବ ୧୦ ହଜାରରୁ ଅଧିକ ଲୋକଙ୍କୁ : ଫୁଡ୍ ପ୍ରୋସେସିଂ ୟୁନିଟ୍

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ : କେନ୍ଦ୍ର ଫୁଡ୍ ପ୍ରୋସେସିଂ ଉଦ୍ୟୋଗ, କୃଷି ଏବଂ କିଷାନ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୩୨୦.୩୩ କୋଟି ଟଙ୍କାର ପ୍ରକଳ୍ପ ସହ ୨୮ଟି ଫୁଡ୍ ପ୍ରୋସେସିଂ ୟୁନିଟ ପାଇଁ ମଞ୍ଜୁରୀ ମିଳିଛି । ପ୍ରକଳ୍ପ ପାଇଁ ୧୦ଟି ରାଜ୍ୟକୁ ସ୍ୱୀକୃତ ମିଳିଛି । ଏହି ପ୍ରକଳ୍ପରେ ୧୦ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଏଥିରେ ଉତ୍ତରପୂର୍ବ ଭାରତର ୬ଟି ପ୍ରକଳ୍ପ ମଧ୍ୟ ସାମିଲ ରହିଛି । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନାର ଫୁଡ୍ ପ୍ରୋସେସିଂ ଏବଂ ପରିରକ୍ଷଣ କ୍ଷମତା ବିସ୍ତାର ଯୋଜନା ଅନ୍ତର୍ଭୁକ୍ତ ପ୍ରାପ୍ତ ପ୍ରସ୍ତାବ ଉପରେ ବିଚାର କରିବାକୁ ଆନ୍ତଃ-ମନ୍ତ୍ରାଳୟ ଅନୁମୋଦନ ସମିତିକା ବୈଠକର ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ପ୍ରକଳ୍ପର ପ୍ରମୋଟରମାନେ ମଧ୍ୟ ଭିଡିଓ କନଫରେନ୍ସରେ ଅଂଶଗ୍ରହଣ କରିଥିଲେ ।ଫୁଡ୍ ପ୍ରୋସେସିଂ ୟୁନିଟ ସ୍ଥାପନା ପାଇଁ ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନା ଅନ୍ତର୍ଗତ ୨୦୧୭ ମେ ୩ ତାରିଖରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ କ୍ଷମତା ବିସ୍ତାର ଯୋଜନାକୁ ଅନୁମୋଦନ କରାଯାଇଥିଲା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ କ୍ଷମତା ନିର୍ମାଣ ଓ ଉପସ୍ଥିତ ଫୁଡ୍ ପ୍ରୋସେସିଂ ୟୁନିଟର ଆଧୁନିକୀକରଣ ବା ବିସ୍ତାର କରିବା ଯାହାଦ୍ୱାରା ପ୍ରକ୍ରିୟାକରଣ ସ୍ଥର ବୃଦ୍ଧି ହେବ, ମୂଲ୍ୟବର୍ଦ୍ଧନ ହେବ ତଥା ଶସ୍ୟ ନଷ୍ଟ ମଧ୍ୟ ହେବନାହିଁ ।ଆନ୍ତଃ ମନ୍ତ୍ରାଳୟ ଅନୁମୋଦନ ସମିତି ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରାଖଣ୍ଡ, ଆସାମ ଓ ମଣିପୁର/ କେନ୍ଦ୍ର ଶାସିତ ପ୍ରଦେଶରେ ମୋଟ ୩୨୦.୩୩ କୋଟି ଟଙ୍କାର ପ୍ରକଳ୍ପ ସହ ୨୮ଟି ଫୁଡ ପ୍ରୋସେସିଂ ୟୁନିଟକୁ ମଞ୍ଜୁରୀ ମିଳିଛି ଯେଉଁଥିରେ ୧୦୭.୪୨ କୋଟି ଟଙ୍କାର ଅନୁଦାନ ସହାୟତା ରାଶି ମଧ୍ୟ ସାମିଲ ରହିଛି । ଏହି ପ୍ରକଳ୍ପ ୨୧୨.୯୧ କୋଟି ଟଙ୍କାର ନିବେଶ ଦ୍ୱାରା କ୍ରିୟାନ୍ୱିତ ହେବ । ଏଥିରେ ପାଖାପାଖି ୧୦ ହଜାର ୫୦୦ ଲୋକଙ୍କୁ ରୋଜଗାର ମିଳିବ ।

Show More
Back to top button