ରାଜ୍ୟ

ସ୍ୱାଭିମାନ ଅଞ୍ଚଳ ଗସ୍ତରେ BSF ଆଇଜି

ସତ୍ୟଶିଖା (ମାଲକାନଗିରି) ୧୯/୧୧/୨୦୨୦ : ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କଲେ ବିଏସଏଫ୍ ଆଇଜି ମଧୁସୂଦନ ଶର୍ମା । ଗସ୍ତ ଅବସରରେ ଯବାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ।ବିଏସଏଫ୍‌ ଆଇଜିଙ୍କ ଗସ୍ତ ଅବସରେ ସେ ପ୍ରଥମେ ନୂତନ ଭାବେ ନିର୍ମିତ ଟେମୁର୍ ପଲ୍ଲୀ ବିଏସଏଫ୍ କ୍ୟାମ୍ପ ବୁଲିବା ପରେ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଯବାନମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏହାପରେ ହନ୍ତାଲଗୁଡା, କର୍ତ୍ତାପଳିଆ ଅଞ୍ଚଳରେ ହେଲିକପ୍ଟରରେ ଉଡାଣ ଭରିଥିଲେ । ଶ୍ରୀ ଶର୍ମାଙ୍କ ଗସ୍ତ ପରେ ଯବାନ ମାନଙ୍କ ମନୋବଳ ବଢିଥିଲା । ମାଲକାନଗିରିରେ ପହଞ୍ଚି ବିଏସଏଫ୍ ଅଧିକାରୀଙ୍କ ସହ ଵୈଠକ କରି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

Show More
Back to top button