ରାଜ୍ୟ

୫ ବର୍ଷର ଶିଶୁପୁତ୍ର ‘କରୋନା’ରେ ଆକ୍ରାନ୍ତ

ଝାରସୁଗୁଡ଼ା(ସତ୍ୟଶିଖା): ଝାରସୁଗୁଡ଼ା ମଙ୍ଗଳ ବଜାରରେ ଜଣେ ୫ ବର୍ଷର ଶିଶୁପୁତ୍ର ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେ ବାହାର ରାଜ୍ୟରୁ ଆସି ପରିବାର ଲୋକଙ୍କ ସହ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପରେ ତାକୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଗଣମାଧ୍ୟମକୁ ସୂଚନା ଦେଇଛି। ଏହି ୫ ବର୍ଷର ଶିଶୁପୁତ୍ରକୁ ମିଶାଇ ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୦ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଆଜି ସୁଦ୍ଧା ୧୧୯୦ ମହାମାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୪୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ବିଭିନ୍ନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ୨୩ ଜଣ ଛୋଟ ପିଲା ଥିଲେ।

[ad_2]
Show More
Back to top button