ଅକ୍ଷୟ ତୃତୀୟାରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ଅନୁକୂଳ

ସତ୍ୟଶିଖା( ପୁରୀ )୦୩.୦୫.୨୦୨୨ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ବିନିରେ ବିଶ୍ବକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ। ରଥ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀନହ ସମ୍ମୁଖରେ ଚାଳି ତିଆରି କାମ ଶେଷ ହେଇଛି।ଅନ୍ୟପଟେ ଆଜି ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଯିବେ ଠାକୁର।

ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚିଛି ପ୍ରସ୍ତୁତି। ନନ୍ଦା ଓ ଭଦ୍ରା ଡଙ୍ଗା ଚାପ ଖେଳିବା ପାଇଁ ପ୍ରସ୍ତୁତ ହୋଇ ରହିଛିନ୍ତି।ସୂଚନା ମୁତାବିତ, ମଙ୍ଗଳବାର ରଥ ନିର୍ମାଣ ଅନୁକୂଳ ପାଇର୍ ୩ଟି ଧଉରା କାଠ ରଥଖଳାରେ ରଖାଯାଇଛି। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତ ପାରେ ଅପରାହ୍ନ ୪ଟାରେ ଆଜ୍ଞାମାଳ ବିଜେ ହେବ। ପରେ ବିଧିବଧ ପୂଜାର୍ଚ୍ଚନା ସରି ବିଶ୍ବକର୍ମାମାନେ ଶାଢ଼ି ବାନ୍ଧାଇ ସ୍ବତନ୍ତ୍ର କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରିବେ। ଏହା ପରଦିନଠୁ ଶ୍ରୀନହର ସମ୍ମୁଖ ଚାଳିଆରେ ପବିତ୍ର ଘୋଷ ଯାତ୍ରା ପାଇଁ ୩ଟି ରଥ ତିଆରିର ଶୁଭାରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଚକ ନିର୍ମାଣ କରିବେ ମହାରଣା ସେବାୟତ।

Exit mobile version