ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ
ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ସତ୍ୟଶିଖା (ସୋର) ୧୭/୧୦/୨୦୨୦ : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦାରିପୋଖରୀ ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ବଜ୍ରକାପ୍ତାଟି ଦାରିପୋଖରୀ ନିକଟରେ ଥିବା କେନାଲ ପାଣିରେ ଚାଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଚାନ୍ଦିପୁର ରେଞ୍ଜ ଫରେଷ୍ଟ ଗାର୍ଡ ପ୍ରଦୀପ ରାଉତଙ୍କୁ ଏ ନେଇ ଖବର ଦିଆଯାଇଥିଲା ।ଖବର ପାଇ ଫରେଷ୍ଟ ଗାର୍ଡ ସେଠାରେ ପହଞ୍ଚି ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବାଲେଶ୍ୱର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ସୋର ୱାଇଲ୍ଡ ଲାଇଫ ରେଞ୍ଜ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ବଜ୍ରକାପ୍ତାଟିର ଓଜନ ୪ କେ.ଜି.ରୁ ଅଧିକ ହୋଇଥିବା ସୂଚନା ମିଳିଛି ।