ସତ୍ୟଶିଖା ୦୨/୦୨/୨୦୨୧ : ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ । ମାଲକାନଗିରି ଠାରୁ ସୁଦୁର ବିହାରକୁ ହେଉଥିଲା ଚୋରା ଚାଲାଣ । ଆଉ ମାଫିଆଙ୍କୁ ସହଯୋଗ କରୁଥିଲେ ପୁଲିସ କର୍ମଚାରୀ । ଏମ୍ଭି – ୭୯ ପୁଲିସ ପାଟ୍ରୋଲିଙ୍ଗ ସମୟରେ ଗୋଟିଏ ଟ୍ରାକକ୍ଟର ବୋଝେଇ ଗଂଜେଇ ଜବତ କରିବା ସହ ପଛରେ ଆସୁଥିବା କାରରୁ ଦୁଇଟି ବିରଳ କସ୍ତୁରୀକୁ ଜବତ କରିଛି । ସମ୍ଭବତଃ ମାଲକାନଗିରି ଜିଲ୍ଲାରୁ ବିରଳ କସ୍ତୁରୀ ମୃଗକୁ ହତ୍ୟା କରାଯାଇ ଏହି କସ୍ତୁରୀକୁ ସଂଗ୍ରହ କରାଯାଇଥିଲା ।
ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ
