ଦେଶନ୍ୟୁଜ୍

ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଲା ରାଫେଲ, ଲ୍ୟାଣ୍ଡ କରିବ ୨୯ରେ l

ସତ୍ୟଶିଖା ୨୭.୦୭.୨୦୨୦ ( ନୂଆଦିଲ୍ଲୀ ) : ରାଫେଲ ବିମାନ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶତ୍ରୁ ସେନାକୁ ପରାସ୍ତ କରି ଶତ୍ରୁ ରାଷ୍ଟ୍ରକୁ ଜବାବ ଦେବା ପାଇଁ ଭାରତରେ ଆଉ 2 ଦିନ ଅନ୍ତରାଳରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ । ଭାରତୀୟ ବାୟୁସେନା (IAF)ପାଇଁ ପ୍ରଥମ ବ୍ୟାଚର 5ଟି ରାଫେଲ ଆଜି ଫ୍ରାନ୍ସ ରୁ ଉଡାଣ ଭରିଛି । ପୂର୍ବ ସୂଚନା ଅନୁସାରେ ଏହା ଜୁଲାଇ 29 ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ । ଏ ନେଇ ଫ୍ରାନ୍ସରେ ଥିବା ଭାରତୀୟ ମିଶନ ଟୁଇଟ କରି ସୂଚନା ଦେଇଛନ୍ତି । ଉଡାଣ ପୂର୍ବରୁ ମିଶନ ପକ୍ଷରୁ ରାଫେଲ ଯୁଦ୍ଧ ବିମାନର ଫଟୋ ଜାରି କରାଯାଇଛି ।

ପାଣିପାଗକୁ ଦୃଷ୍ଟିରେ ରଖି ଏହି ବିମାନ 29 ଜୁଲାଇରେ ବାୟୁସେନା ଷ୍ଟେସନ ଅମ୍ବାଲାରେ ସର୍ଵ ପ୍ରଥମେ ଲ୍ୟାଣ୍ଡ କରିବ । ଏହାର ଆଗମନ ସମୟରେ କୌଣସି ମିଡିଆ କଭରେଜ ପାଇଁ ଯୋଜନା ହୋଇନାହିଁ । ଅଗଷ୍ଟ 20 ତାରିଖରେ ଭାରତୀୟ ବାୟୁ ସେନା ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ପ୍ରେସ ବାର୍ତା  ଜାରି କରାଯିବ ବୋଲି ଜଣାପଡିଛି । IAF ଏୟାରକ୍ରାଫ୍ ଏବଂ ଗ୍ରାଉଣ୍ଡ କ୍ରୁମାନେ ବିମାନର ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସମେତ ବ୍ୟାପକ ପ୍ରଶିକ୍ଷଣ ନେଇଛନ୍ତ । 2016 ମସିହା ସେପ୍ଟେମ୍ବର ମାସରେ 36 ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଭାରତ ଫ୍ରାନ୍ସ ମଧ୍ୟରେ ଡିଲ ହୋଇଥିଲା ।

Show More
Back to top button