

ସତ୍ୟଶିଖା ୫ .୦୯.୨୦୨୦: ଲକଡାଉନ ବେଳେ ରାଜଧାନୀରେ ଲଜ୍ଜା । ଭୁବନେଶ୍ୱର ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଜଣେ ନାବାଳିକାଙ୍କୁ ମାର୍ଚ୍ଚ,ଏପ୍ରିଲ ମଧ୍ୟରେ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି । ଏହି ଜଘନ୍ୟ କାଣ୍ଡରେ ଏକ ବୈଦୁତିକ ଗଣମାଧ୍ୟମର ୨ କର୍ମଚାରୀଙ୍କ ସହ ସୁରକ୍ଷାକର୍ମୀଙ୍କ ସଂପୃକ୍ତି ଥିବା ଥାନାରେ ଅଭିଯୋଗରେ ରହିଛି । ଏପରିକି ଅଭିଯୁକ୍ତଙ୍କ ବୟାନ ରେକର୍ଡ ବେଳେ ସେ ଜଣେ ପୁଲିସ ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ନାଁ ନେଇଛନ୍ତି ।
ନାବାଳିକାଙ୍କ ମା ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଅଭିଯୋଗ କରିବା ପରେ ଆଇପିସିର ବିଭିନ୍ନ ଧାରା ଓ ପକସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । ମାମଲାରୁ ଗୁରୁତ୍ୱକୁ ଉପଲବ୍ଧି କରି ପୁଲିସ ବିଭାଗ ଇଂଟିଗ୍ରେଟେଡ ୟୁନିଟକୁ ତଦନ୍ତର ଦାୟିତ୍ୱ ଦିଆଯାଇଛି ।