ନ୍ୟୁଜ୍ବିଦେଶ

ଚୀନ-ଆମେରିକା ଟାରିଫ ଯୁଦ୍ଧ ।

ସତ୍ୟଶିଖା : ୦୯/୦୪/୨୦୨୫: ଚୀନ-ଆମେରିକା ଟାରିଫ ଯୁଦ୍ଧ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଟାରିଫ୍ । ଚେତାବନୀ ଦେବାର ଦିନକ ପରେ ନୂଆ ଟାରିଫ ଲଗାଇଲେ ଟ୍ରମ୍ପ । ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା । ଆଜିଠୁ ନୂଆ ଟାରିଫ ଲାଗୁ ନେଇ ହ୍ବାଇଟ ହାଉସ ପକ୍ଷରୁ ଘୋଷଣା । ବିଶ୍ବର ୧୧୮ଟି ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଟାରିଫ ୱାର୍ ଭିତରେ ଆମେରିକାର ଟାରିଫ୍ ଆଟାକ୍ ରେ ଘାଇଲା ହୋଇଛି ଚୀନ୍ । ପ୍ରଥମ ଲିଷ୍ଟ ଘୋଷଣା ବେଳେ ଚୀନ ଉପରେ ଆମେରିକା ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଏହାର ଜବାବରେ ପାଲଟା ୩୪ ପ୍ରତିଶତ ଟାରିଫ୍ ଆମେରିକା ଉପରେ ଲଗାଇଥିଲା ଚୀନ । ଯାହାର ଜବାବରେ ଏବେ ଚୀନ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଛି ହ୍ବାଇଟ ହାଉସ ।

Show More
Back to top button