ମନୋରଞ୍ଜନସିନେମା

ରାନୁ ମଣ୍ଡଲଙ୍କୁ ବିଗ୍ ପ୍ରୋଜେକ୍ଟରେ ମିଳିଲା ଚାନ୍ସ

ସତ୍ୟଶିଖା (ମୁମ୍ବାଇ) ୧୧/୧୧/୨୦୨୦ : ଟିଭି ଶୋ ‘ରାମାୟଣ’ର ସୀତା ଓରଫ ଦୀପିକା ଚିଖଲିୟା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ରାନୁ ମଣ୍ଡଲ ପ୍ରଶଂସକଙ୍କୁ ନିଜ ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଉଥିବାର ନଜର ଆସିଛନ୍ତି । ଫିଲ୍ମ ‘ସରୋଜିନୀ’ରେ ଦୀପିକା ଚିଖଲିୟା,ସରୋଜିନୀ ନାଇଡ଼ୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ଗୀତ ରାନୁ ମଣ୍ଡଲ ଗାଇବେ ।ଭିଡିଓ ସେୟାର କରି ଦୀପିକା ଚିଖଲିୟା ଲେଖିଛନ୍ତି ଯେ ,‘ ମୋ ଫିଲ୍ମ,ସରୋଜିନୀ,ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି । ଏହି ଫିଲ୍ମର ଗୀତକୁ ରାନୁ ମଣ୍ଡଲ ଗାଇବେ ।’ ଭିଡିଓରେ ରାନୁ ମଣ୍ଡଲ କହୁଥିବାର ନଜର ଆସିଛନ୍ତି ଯେ ସେ ଧୀରଜ ମିଶ୍ରାଙ୍କ ଫିଲ୍ମ ସହ ଯୋଡ଼ି ହେବାକୁ ଯାଉଛନ୍ତି । ଫିଲ୍ମର ସବୁ ଗୀତରେ ତାଙ୍କରି କଣ୍ଠସ୍ବର ରହିବ । ତାଙ୍କୁ ଆଶା ରହିଛି ଯେ ତାଙ୍କୁ ସେହି ପ୍ରେମ ଏବଂ ସମ୍ମାନ ମିଳିବ ଯାହା ସମସ୍ତେ ତାଙ୍କୁ ଦେଇ ଆସିଛନ୍ତି ।କିଛି ଦିନ ତଳେ ଖବର ଆସିଥିଲା ଯେ ରାନୁ ମଣ୍ଡଲଙ୍କ ଜୀବନରେ ପୁଣି ଥ​‌ରେ ଅନ୍ଧାର ଛାଇ ଯାଇଛି । ସେ ନିଜ ନୂଆ ଘର ଛାଡ଼ି ପୁରୁଣା ଘରକୁ ଚାଲି ଯାଇଛନ୍ତି । ରାନୁ ମଣ୍ଡଲଙ୍କ ପାଖରେ ଏବେ କାମ ନାହିଁ । ବଲିଉଡରେ କରୋନା ଭାଇରସ୍ ଯୋଗୁଁ କାମ ନ ମିଳିବା କାରଣରୁ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଛି ।୨୦୧୯ମସିହାରେ ରାନୁ ମଣ୍ଡଲଙ୍କ ଭାଗ୍ୟ ରାତାରାତି ବଦଳି ଯାଇଥିଲା । ରାନୁ ମଣ୍ଡଲଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ପ୍ରସିଦ୍ଧ ହୋଇଥିଲା,ଯେଉଁଥିରେ ସେ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ନଜର ଆସିଛନ୍ତି ।

Show More
Back to top button