

ସତ୍ୟଶିଖା(ଆଠଗଡ଼ )୨୬.୧୧.୨୦୨୨: କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କାର୍ ଦୁର୍ଘଟଣା ଗସ୍ତ ହୋଇଛି। ଏକ ବାଇକ୍ ସହ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରଙ୍କର କିଛି ହୋଇ ନାହିଁ। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା। ତାଙ୍କୁ ୨୮ ବର୍ଷ ହୋଇଥିଲା।