କରୋନାରେ ସଂକ୍ରମିତ ରଣଧୀର କପୁର ଆଇସିୟୁକୁ ସ୍ଥାନାନ୍ତର

ସତ୍ୟଶିଖା( ମୁମ୍ବାଇ ) ୩୦.୦୪.୨୦୨୧:  ଅନେକ ବଲିଉଡ ସେଲିବ୍ରିଟି କରୋନା ମହାମାରୀର ଶିକାର ହୋଇଛନ୍ତି। ନିକଟରେ ସଂକ୍ରମିତ ହୋଇଥିବା ରଣଧୀର କପୁର କରୋନାରେ ସଂକ୍ରମିତ ହୋଇଛନ୍ତି। ୨୯ ତାରିଖ, ଗୁରୁବାର ଦିନ ରଣଧୀରଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଜଣାପଡିଛି ଯେ ଶୁକ୍ରବାର ଦିନ ରଣଧୀର କପୁରଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ରଣଧୀର କପୁରଙ୍କ ସହ ତାଙ୍କର ଆଉ ୫ଜଣ ଷ୍ଟାଫ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଣଧୀର କପୁର କହିଛନ୍ତି ତାଙ୍କର ଆଉ କିଛି ଟେଷ୍ଟ ହେବାର ଅଛି ସେଥିପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ରଣଧୀର କପୁର କରୋନା ଭେକସିନର ଦୁଇଟି ଡୋଜ୍ ନେଇସାରିଛନ୍ତି। ଭ୍ୟାକସିନର ଦୁଇଟି ଡୋଜ୍ ନେବାପରେ ସେ କିଭଳି ସଂକ୍ରମିତ ହେଲେ ସେ ନିଜେ ବି ଜାଣିପାରି ନାହାନ୍ତି ବୋଲି କହିଛନ୍ତି। ରଣଧୀର କପୁର କହିଛନ୍ତି ଯେ କରିସ୍ମା ଓ କରିନା ମଧ୍ୟ ନିଜ ନିଜର କୋଭିଡ ଟେଷ୍ଟ କରାଇଥିଲେ ଓ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପୁରା ପରିବାର ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।

Exit mobile version