

ସତ୍ୟଶିଖା,(ମୁମ୍ବାଇ) ୨୩.୦୩ .୨୦୨୧ : ଅଭିନେତା ରଣଭୀର ସିଂ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଖବର ପ୍ରକାଶ କରିଛନ୍ତି । ବଲିଉଡ ଫିଲ୍ମ ନିର୍ମାତା ଭାଶୁ ଭାଗନାନୀଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ହେବାକୁ ଯାଉଥିବା ଫିଲ୍ମ ‘ମହାବୀର କର୍ଣ୍ଣ’ରେ ରଣଭୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ମଧ୍ୟ ଅନୁମାନ କରାଯାଉଛି ରଣଭୀର ମଧ୍ୟ ଏହି ଭୂମିକା କରିବାକୁ ରାଜି ହୋଇ ଯାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଅଫିସିୟାଲ୍ ଆନାଉନ୍ସମେଣ୍ଟ ହୋଇନାହିଁ ।
ପୂଜା ଏଣ୍ଟରଟେନମେଣ୍ଟର ନିର୍ମାତାମାନେ ଅନୁଭବ କରୁଛନ୍ତି, ରଣଭୀର ସିଂ ତାଙ୍କ ଫିଲ୍ମ ତଥା ଫିଲ୍ମର ଥିମ୍ ଅନୁଯାୟୀ କର୍ଣ୍ଣର ଚରିତ୍ର ପାଇଁ ଉପଯୁକ୍ତ ହେବେ । ମହାବୀର କର୍ଣ୍ଣର ଭୂମିକା ପାଇଁ ନିର୍ମାତା ରଣବୀର ସିଂଙ୍କ ସହ ମଧ୍ୟ କଥା ହୋଇସାରିଛନ୍ତି । ରଣଭୀର ସିଂ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ଆଗ୍ରହୀ ମଧ୍ୟ ଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ରଣଭୀର ସିଂ ଏବଂ ନିର୍ମାତାଙ୍କ ମଧ୍ୟରେ କଥାବାର୍ତ୍ତା ଫାଇନାଲ ହୋଇନାହିଁ । ପୂଜା ଏଣ୍ଟରଟେନମେଣ୍ଟ ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣକୁ ଏକ ନୂତନ ଢଙ୍ଗରେ ନିର୍ମାଣ କରିବାକୁ ଚାହୁଁଛନ୍ତି । ଫିଲ୍ମର ନିର୍ମାତାମାନେ ଏହାକୁ ଏକ ଭିଜୁଆଲ୍ ଇଫେକ୍ଟ ୱାର୍କ ସହିତ ତିଆରି କରିବେ ଏବଂ ସେ ଜଣେ ଭଲ ଅଭିନେତା ଖୋଜୁଛନ୍ତି ଯିଏକି ପରଦାରେ କର୍ଣ୍ଣର ଚରିତ୍ରକୁ ସୁନ୍ଦର ଭାବରେ ଚିତ୍ରଣ କରିପାରୁଥିବେ । ରଣଭୀର ସିଂ ରାମଲିଲା, ଗୁଣ୍ଡେ, ବାଜିରାଓ ମସ୍ତାନୀ, ପଦ୍ମାବତ, ସିମ୍ବା, ଗଲି ବଏ ଭଳି ଫିଲ୍ମରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ରଣଭୀରଙ୍କ ଆଗାମୀ ଫିଲ୍ମ ୮୩ ଏବଂ ସର୍କସ ରିଲିଜ ହେବାକୁ ଯାଉଛି । ୮୩ ରେ, ତାଙ୍କୁ କ୍ରିକେଟର କପିଲ ଦେବ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ, ସର୍କସରେ ତାଙ୍କୁ ଡବଲ ରୋଲ୍ ରେ ଦେଖିବାକୁ ମିଳିବ ।