

ସତ୍ୟଶିଖା(ଭୁବନେଶ୍ୱର ) ୨୪.୧୨.୨୦୨୧: ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି । ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ତାଙ୍କ ପରଲୋକ ହୋଇଛି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ । ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ଭାବେ ପରିଚିତ ଥିଲେ ରାମକୃଷ୍ଣ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଅମଳରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ସେ ୬ଥର ନିର୍ବାଚିତ ହୋଇଥିଲେ । ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚନ ଜିତିଥିଲେ । ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ରାଜ୍ୟ ବିଧାନସଭା ଆସନ ଜିତିଥିଲେ । ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ପ୍ରଥମ ଥର ବିଧାୟକ ହୋଇ ସେ ୧୯୭୧ରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । କ୍ୟାରିଅରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ।