

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୪ /୦୯ /୨୦୨୧: ବଲିଉଡର ବୋଲ୍ଡ କୁଇନ କୁହାଯାଉଥିବା ରାକ୍ଷୀ ସାଓ୍ବନ୍ତ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଯେବେଠାରୁ ସେ ତାଙ୍କ ସ୍ୱାମୀଙ୍କ ବିଷୟରେ କହିଛନ୍ତି ସେବେଠାରୁ ତାଙ୍କ ସ୍ୱାମୀଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ତାଙ୍କ ସ୍ୱାମୀଙ୍କ ନାଁ ରିତେଶ ଏବଂ ସେ ଜଣେ ବ୍ୟବସାୟୀ ବୋଲି ସେ କହିଛନ୍ତି । ଆଉ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କୁ ନେଇ କିଛି ଖୁଲାସା କରିଛନ୍ତି ।
ସବୁଠାରୁ ଖାସକଥା କଥା ହେଲା, ଆଜିଯାଏ ରାକ୍ଷୀଙ୍କ ସ୍ୱାମୀଙ୍କୁ କେହି ଦେଖି ନାହାଁନ୍ତି । ତାଙ୍କର କୌଣସି ଫଟୋ ମଧ୍ୟ ରାକ୍ଷୀ ସେୟାର କରି ନାହାଁନ୍ତି । କିନ୍ତୁ ଏବେ ଫ୍ୟାନ୍ସଙ୍କ ପାଇଁ ଖୁସିର କଥା ଯେ, ଖୁବ୍ ଶୀଘ୍ର ତାଙ୍କ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇବେ ଦର୍ଶକ । କାହିଁକି ନାଁ, ନିକଟରେ ରାକ୍ଷୀ କହିଛନ୍ତି ଯେ, ଖୁବ୍ ଶୀଘ୍ର ବିଗବସ୍ ୧୫ରେ ସେ ତାଙ୍କ ସ୍ୱାମୀଙ୍କ ସହିତ ନଜର ଆସିବେ । ବିଗବସ ତରଫରୁ ତାଙ୍କ ସ୍ୱାମୀଙ୍କୁ ଅନୁରୋଧ କରାଯାଇଛି ଓ ସେ ଏଥିରେ ଅଂଶଗ୍ରହଣ କରିବେ ବୋଲି ନିଷ୍ପତି ନେଇଛନ୍ତି ।