ଦେଶନ୍ୟୁଜ୍ରାଜନୀତିରାଜ୍ୟ

ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁଲତା, ମାନସ ଓ ସସ୍ମିତ

ସତ୍ୟଶିଖା( ଭୁବନେଶ୍ୱର )୦୪.୦୬. ୨୦୨୨ : ତିନି ରାଜ୍ୟସଭା ଆସନ ପାଇଁ ବିଜେଡିର ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିବସ ଅତିକ୍ରାନ୍ତ ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟଣ୍ଡିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର। ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଅବଧି ଥିଲା ବିଜେଡିର ୩ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଇ ନ ଥିବାରୁ ବିଜେଡି ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ରିଟଣ୍ଟି ଅଫିସରଙ୍କଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ୩ ପ୍ରାର୍ଥୀ।

Show More
Back to top button