ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୧୨/୨୦୨୦ : ଦେଶରେ ଚାଷୀ ଆଇନ୍କୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଲଗାତର ୩୫ଦିନ ଧରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହିପ୍ରରିପେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି । ରାଜନାଥ ସିଂହ କହିଛନ୍ତି ଯେ, କୃଷକଙ୍କ ସମସ୍ୟା ଅତି ସମ୍ବେଦନଶୀଳ । ଯାହାକୁ ନେଇ ସରକାର ମଧ୍ୟ ଚିନ୍ତାରେ ରହିଛନ୍ତି । ଖୁବଶୀଘ୍ର ଏହି ବିବାଦର ସମାଧାନ କରାଯିବ । କୃଷକଙ୍କ ଆନ୍ଦୋଳନ ନେଇ କେବଳ ମୁଁ ଦୁଃଖୀ ନାହିଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖିତ ଅଛନ୍ତି ବୋଲି ରାଜନାଥ ସିଂହ କହିଛନ୍ତି ।
ସେହିପରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଜନାଥ ସିଂହ । ରାହୁଲ ଗାନ୍ଧୀଙ୍କ ଠାରୁ ମୁଁ ଚାଷ କାମ ବିଷୟରେ ଅଧିକ ଜାଣିଛି । ରାହୁଲ ଗାନ୍ଧୀ ମୋ ଠାରୁ ବୟସରେ ଛୋଟ ହେବେ, ତେଣୁ ଚାଷକାମ ବିଷୟରେ ମୁଁ ଅଧିକ ଜାଣିଥିବା । କାହିଁକି ନା ମୁଁ କୃଷକ ଓ ପ୍ରଧାନମନ୍ତ୍ରୀ ଗରିବଙ୍କ ଘରେ ଜନ୍ମ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଅପେକ୍ଷା ଆମେ କୃଷକଙ୍କ ସମସ୍ୟା ସଂପର୍କରେ ଅଧିକ ଜାଣିଛୁ । ତେଣୁ ଆମ ସରକାର କୃଷକଙ୍କ ସ୍ୱାର୍ଥ ବିରୋଧରେ କିପରି କୌଣସି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ।