ଦେଶନ୍ୟୁଜ୍ମନୋରଞ୍ଜନସିନେମା

ଚେନ୍ନାଇ ହସ୍ପିଟାଲରେ ରଜନୀକାନ୍ତ ଭର୍ତ୍ତି

ସତ୍ୟଶିଖା( ଚେନ୍ନାଇ )୨୯.୧୦ .୨୦୨୧::ପ୍ରଖ୍ୟାତ ଅଭିନେତା ତଥା ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ରଜନୀକାନ୍ତ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଡମିଟ କରାଯାଇଛି। ହଠାତ୍‌ ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

ତେବେ ସେ ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ତାଙ୍କୁ ଟିମ ସୂଚନା ଦେଇଛି। ରଜନୀକାନ୍ତଙ୍କ ପବ୍ଲିସିଟି ରିଆଜ କେ ଅହମଦ କହିଛନ୍ତି, “ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ନିୟମିତ ଭାବେ ତାଙ୍କର ରୁଟିନ ଚେକଅପ୍‌ କରାଯାଇଥାଏ। ସେ ବର୍ତ୍ତମାନ ଚେକଅପ ପାଇଁ ଗୋଟିଏ ଘରୋଇ ହସ୍ପିଟାଲରେ ରହିଛନ୍ତି।”

କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

Show More
Back to top button