

ସତ୍ୟଶିଖା( ଭଦ୍ରକ )୧୩.୧୦.୨୦୨୨: ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କର ମାନଭଞ୍ଜନ କରିପାରିଲା ନାହିଁ ବିଜେଡି। ଶେଷରେ ଦଳକୁ ମିଳିଲା ଶକ୍ତ ଧକ୍କା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଧମାନଗର ଉପ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ନେତା ରାଜେନ୍ଦ୍ର ଦାସ। ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ରାଜୁଙ୍କ ସାଙ୍ଗରେ ତାଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ।