ରାଜସ୍ଥାନ ରାଜନୀତି: ବିଜେପିରେ ‘ବାଡାବନ୍ଦୀ’, ଗୁଜୁରାଟ ଗଲେ ବିଧାୟକ l

ସତ୍ୟଶିଖା ( ପୋରବନ୍ଦର ) ୦୮.୦୮.୨୦୨୦ :  ରାଜସ୍ଥାନ ରାଜନୀତି କ୍ରମଶଃ ଜଟିଳ ହେବାରେ ଲାଗିଛି । ଗୋଟିଏ ପଟେ ସରକାର ବଞ୍ଚାଇବାକୁ ଅଶୋକ ଗେହଲୋତ ସଂଘର୍ଷ ଚଳାଇଥିବା ବେଳେ ବିଜେପି ନିଜ ବିଧାୟକଙ୍କୁ ଗୁଜୁରାଟରେ ଲୁଚାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ମଲ କୁମାବତଙ୍କ ନେତୃତ୍ୱରେ ୬ ସଦସୀୟ ବିଧାୟକଙ୍କ ଟିମ୍‌ ଶନିବାର ଚାର୍ଟର ବିମାନ ଯୋଗେ ପୋର ବନ୍ଦର ପହଞ୍ଚିଛନ୍ତି । ସେମାନେ ସୋମନାଥ ମନ୍ଦିର ପରିଦର୍ଶନରେ ଆସିଥିବା ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି । ସେମାନଙ୍କ ସହ ଆଉ କିଛି ବିଧାୟକ ମଧ୍ୟ ଯୋଗଦେଇ ପାରନ୍ତି ବୋଲି କୁମାବତ କହିଛନ୍ତି ।

ରାଜସ୍ଥାନରେ କଂଗ୍ରେସର ଅଶୋକ ଗେହଲୋତ ତାଙ୍କ ବିଧାୟକଙ୍କୁ ବିଜେପି ଡରରେ ଏଠିକି ସେଠିକି କରୁଛନ୍ତି । ହେଲେ ଏବେ ବିଜେପିର ବିଧାୟକ ଲୁଚା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଗଣମାଧ୍ୟମ ସହ ଆଲୋଚନା ବେଳେ କୁମାବତ ରାଜସ୍ଥାନରେ ଗେହଲୋତଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା କହିଛନ୍ତି । ଏଣୁ ବିଜେପି ବିଧାୟକଙ୍କ ଉପରେ ଚାପ ପକାଉଛନ୍ତି । ହୁଏତ ସେହି ଡରରେ ବିଜେପି ନିଜ ବିଧାୟକଙ୍କୁ ଲୁଚାଉଛି ବୋଲି ସନ୍ଦେହ କରାଯାଉଛି ।

ରାଜସ୍ଥାନ ଉପମଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ତାଙ୍କ ସମର୍ଥକଙ୍କ ସହ ଦଳ ଛାଡିଛନ୍ତି । ତଥାପି କଂଗ୍ରେସ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବ ବୋଲି ଗେହଲୋତ ଦାବି କରୁଥିବା ବେଳେ ବିଧାନସଭା ଅଧିବେସନ ଆହ୍ୱାନ ଲାଗି ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି । ଏଥିରେ ବିଜେପି ବିଧାୟକ ଲୁଚାଇବା ରାଜସ୍ଥାନ ରାଜନୀତିରେ ନୂଆ ଦିଗକୁ ସଙ୍କେତ ଦେଉଛି ।

 

Exit mobile version