ରାଜ୍ୟ

ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌

ଭୁବନେଶ୍ୱର(ସତ୍ୟଶିଖା): ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌। ସକାଳ ୬ଟାରୁ ରାଜ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ-OSRTCର ବସ୍‌ଗୁଡ଼ିକ ନିଜର ଗନ୍ତବ୍ୟ ପଥରେ ଚଳାଚଳ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ୯୬ଟି ବସ୍ ଯାତ୍ରା ଆରମ୍ଭ କରିଛି । ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଚାଲୁଛି ବସ୍ । ତେବେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କୌଣସି ଯାତ୍ରୀଙ୍କୁ ଛିଡ଼ା କରି ନିଆଯାଉନାହିଁ । ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,  ଜନଜୀବନକୁ ସ୍ୱାଭାବିକ କରିବା ନିମନ୍ତେ ପୂର୍ବରୁ ଟ୍ରେନ୍‌, ବିମାନ, ମୋ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଆଜିଠୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସରକାରୀ ବସ୍‌ ଗଡ଼ିବା ଆରମ୍ଭ ହୋଇଛି।

[ad_2]
Show More
Back to top button