

ସତ୍ୟଶିଖା(ଭୁବନେଶ୍ଵର) ୦୮.୦୩.୨୦୨୧: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ବିଜୁ ଜନତା ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏହି ସମାବେଶ ଆୟୋଜନ କରାଯାଇଛି । ସମାବେଶରେ ମହିଳାଙ୍କ ପାଇଁ ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ଓ ମହିଳାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଗୁରୁତ୍ବାରୋପ କରାଯାଇଛି । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହା ସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ । ମିଶନ ଶକ୍ତିକୁ ନୂଆ ବିଭାଗ କରିବା, କୋଭିଡ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଓ ‘5ଟି’ର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ । ସମାବେଶରେ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ ଓ ବହୁ ନେତୃବୃନ୍ଦଙ୍କ ସହ ତୃଣମୂଳ ସ୍ତରର କର୍ମକର୍ତ୍ତା ଯୋଗ ଦେଇଛନ୍ତି । ୨୦୦୦ ମହିଳାଙ୍କୁ ନେଇ ଏହି ସମାବେଶ ଆୟୋଜନ କରାଯାଇଛି ।