ସତ୍ୟଶିଖା ୨୫/୦୧/୨୦୨୧ : ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛ। ଯାତ୍ରୀ କିମ୍ବା ରେଳ ବ୍ୟବହାରକାରୀ ଏହି ନମ୍ବରକୁ ମନେ ରଖିବା ଓ ରେଳବାଇ ସହ ଯୋଗାଯୋଗ କରିବା ସହଜ ହୋଇପାରିବ । ରେଳବାଇ ହେଲ୍ପଲାଇନ ନମ୍ବର-୧୩୯ ସହ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଆଦି ହେଲ୍ପ ଲାଇନ ନମ୍ବରକୁ ମିଶ୍ରଣ କରାଯାଇଛି । ଏହି ଐକିକ ହେଲ୍ପଲାଇନ ନମ୍ବର ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଓ ଅଭିଯୋଗ ପାଇଁ ବ୍ୟବହୃତ ହେବ । ଜୋନାଲ ରେଳବାଇ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପ ଲାଇନ ନମ୍ବର କିମ୍ବା ଅଭିଯୋଗ ସଂଖ୍ୟା ବୃଦ୍ଧି କରିବ ନାହିଁ ।
ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ହେଉଥିଲା। ସାଧାରଣ ଅଭିଯୋଗ ଓ କ୍ଲିନ ମାଇଁ କୋଚ୍ ଲାଗି ୧୩୮, ଦୁର୍ଘଟଣା ଓ ନିରାପତ୍ତା ପାଇଁ ୧୦୭୨, ସୁରକ୍ଷା/ନିରାପତ୍ତା ସମସ୍ୟା ଲାଗି ୧୮୨ ବର୍ତ୍ତମାନ ଏକୀକୃତ ହୋଇଛି । ଇଣ୍ଟିଗ୍ରେଟେଡ୍ ବା ମିଶ୍ରିତ ହେଲ୍ପଲାଇନ ନମ୍ବର-୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ । ଆଇଭିଆରଏସ୍(ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ଉପରେ ଆଧାରିତ ହେବ । ସମସ୍ତ ପ୍ରକାର ମୋବାଇଲ୍ ବ୍ୟବହାରକାରୀ-୧୩୯ରେ ଯେପରି କଲ୍ କରିପାରିବେ ସେଥିପାଇଁ ଐକିକ ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଛି । ୧୩୯ ଡାଏଲ୍ କରିବା ଦ୍ୱାରା ଆଇଭିଆରଏସ୍ ବାଛିବା ପାଇଁ ମେନୁ ବିକଳ୍ପଗୁଡ଼ିକ ସହ ଉପସ୍ଥାପିତ ହେବ ଓ ତାହା ତୁରନ୍ତ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀଙ୍କୁ କଲ୍ କରିବାକୁ ସଂଯୋଗ ହେବ ।