ଦେଶରାଜ୍ୟସ୍ୱାସ୍ଥ୍ୟ

ସଂକ୍ରମଣରୁ ଯାତ୍ରୀଙ୍କ ସୁରକ୍ଷା ଲାଗି ରେଳବାଇଙ୍କ ଖାସ ପଦକ୍ଷେପ

ସତ୍ୟଶିଖା ( ନୂଆଦିଲ୍ଲୀ  ) ୦୩ /୦୯ /୨୦୨୧:   କରୋନା ଭାଇରସ ମହାମାରୀରେ ରେଳ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ଉତ୍ତର ରେଳବାଇ ଖାସ ପଦକ୍ଷେପ ନେଇଛନ୍ତି। ଏକ ବିଶେଷ ପ୍ରକାରର ୱେରଲେସ୍ ୟୁଭି ଡିଭାଇସ୍ ଦ୍ୱାରା ବଗି ସାନିଟାଇଜେସନ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ଅଲ୍ଟ୍ରା ଭାଓଲେଟ-ରେ ଯେ କୌଣସି ପ୍ରକାର ହାନିକାରକ ଜିବାଣୁ ଓ ଭୂତାଣୁକୁ ନଷ୍ଟ ହୋଇଥାନ୍ତି। ଏଣୁ ଟ୍ରେନ ବଗିଗୁଡିକର ସାନିଟାଇଜେସନ ଲାଗି ୟୁଭି ଡିଭାଇସ  ଉପଯୋଗ କରୁଛନ୍ତି।

ଏଥିରେ ଗୋଟିଏ ବଗିକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବାକୁ ଅନୁନ୍ୟ ୪୫ ମିନିଟ୍ ଲାଗୁଛି। ଯେହେତୁ ଅତିବାଇଗଣି ରଶ୍ମୀ ମଣିଷ ଶରୀର ଲାଗି କ୍ଷତିକାରକ ଏଣୁ ରବୋଟ ମାଧ୍ୟମରେ ରେଳବାଇ ବଗି ସାନିଟାଇଜେସନ କରାଉଛନ୍ତି। ଏମିତିରେ ହସ୍ପିଟାଲ ଅପରେସନ  ଥିଏଟରକୁ ସଂକ୍ରମଣ ମୁକ୍ତ କରିବା ଲାଗି ଏହି ୟୁଭି-ରେ ଉପଯୋଗ ହୋଇଥାଏ। ତେବେ ଭାରତୀୟ ରେଳ ପରୀକ୍ଷାମୂଳକ ଭାବେ ଏବେ ଟ୍ରେନବଗି ଡିସଇନଫେକ୍ସନ କରାଇବାକୁ ଏହାର ଉପଯୋଗ କରୁଛନ୍ତି।

ପରୀକ୍ଷାମୂଳକ ଭାବେ ଏବେ ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସକୁ ଏହି ପଦ୍ଧତୀରେ ରେଳବାଇ କର୍ତ୍ତୃପକ୍ଷ ଡିସଇନଫେକ୍ଟ କରାଇଛନ୍ତି। ଆଗକୁ କାଲକା ଶତାବ୍ଦୀକୁ ମଧ୍ୟ ଏଥିରେ ସାନିଟାଇଜ କରାଯିବାକୁ ଥିବା ବେଳେ ପରବର୍ତ୍ତି ସମୟରେ ସବୁ ଟ୍ରେନକୁ ଏହିପରି ଡିସଇନଫେକ୍ଟ କରାଯିବ ବୋଲି ଉତ୍ତର ରେଳବାଇଙ୍କ ମୁଖପାତ୍ର ଦୀପକ କୁମାର ଗଣମାଧ୍ୟମକୁ କହିଛନ୍ତି।

Show More
Back to top button