ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ଡିସେମ୍ବର ପହିଲାରୁ ସବୁ ପାସେଞ୍ଜର ଟ୍ରେନ୍ ଏକ ଶୂନ୍ୟ ଆଧାରିତ ବା ‘ଜିରୋ ବେସଡ’ ଟାଇମଟେବଲ ସହ ଆସିପାରେ । ରେଳବାଇ ଏଭଳି ଏକ ବଡ଼ ନିଷ୍ପତ୍ତି ଆଜି ନେଇଛି । ଏହା ସହ ୬୦୦ ମେଲ/ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି । ୧୬୦୦ ନାଇଟ୍ ଷ୍ଟପେଜ ସମେତ ୧୦ ହଜାର ୨୦୦ ଷ୍ଟପେଜ ଉଚ୍ଛେଦ ହେବ । ନୂତନ ଯୋଜନା ଅନୁସାରେ ୩୬୦ ଯାତ୍ରୀବାହୀ ଟ୍ରେନକୁ ମେଲ/ଏକ୍ସପ୍ରେସ ଟ୍ରେନ ଓ ୧୨୦ ମେଲ-ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ଟ୍ରେନରେ ଅପଗ୍ରେଡ କରାଯିବ ।
ରେଳବାଇର ବଡ଼ ନିଷ୍ପତ୍ତି
