ରେଳବାଇର ବଡ଼ ନିଷ୍ପତ୍ତି

ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ଡିସେମ୍ବର ପହିଲାରୁ ସବୁ ପାସେଞ୍ଜର ଟ୍ରେନ୍ ଏକ ଶୂନ୍ୟ ଆଧାରିତ ବା ‘ଜିରୋ ବେସଡ’ ଟାଇମଟେବଲ ସହ ଆସିପାରେ । ରେଳବାଇ ଏଭଳି ଏକ ବଡ଼ ନିଷ୍ପତ୍ତି ଆଜି ନେଇଛି । ଏହା ସହ ୬୦୦ ମେଲ/ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି । ୧୬୦୦ ନାଇଟ୍ ଷ୍ଟପେଜ ସମେତ ୧୦ ହଜାର ୨୦୦ ଷ୍ଟପେଜ ଉଚ୍ଛେଦ ହେବ । ନୂତନ ଯୋଜନା ଅନୁସାରେ ୩୬୦ ଯାତ୍ରୀବାହୀ ଟ୍ରେନକୁ ମେଲ/ଏକ୍ସପ୍ରେସ ଟ୍ରେନ ଓ ୧୨୦ ମେଲ-ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ଟ୍ରେନରେ ଅପଗ୍ରେଡ କରାଯିବ ।ରେଲୟେ ବୋର୍ଡ ଚେୟାରମ୍ୟାନ ଓ ସିଇଓ ବିନୋଦ କୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେତେବେଳେ ରେଗୁଲାର ଟ୍ରେନ ଆରମ୍ଭ ହେବ ସେତେବେଳେ ନୂଆ ଟାଇମ ଟେବଲ ଆସିବ । କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ନୂଆ ସମୟସାରଣୀ ଆସିବ ନାହିଁ ।
କରୋନା ଯୋଗୁ ମାର୍ଚ ୨୨ରୁ ସବୁ ରେଗୁଲାର ପାସେଞ୍ଜର ଟ୍ରେନ୍ ସେବା ଉପରେ କଟକଣା ଲାଗିଛି । ତେବେ ଆବଶ୍ୟକ ଓ ଦାବି ମୁତାବକ ଏବେ ନିୟମିତ ଭାବେ ୩୦୦ରୁ ଅଧିକ ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ୍ ଚାଲୁଛି । ସେପ୍ଟେମ୍ବର ୧୨ରୁ ଅତିରିକ୍ତ ୮୦ ଟ୍ରେନ୍ ମଧ୍ୟ ଚାଲୁଛି । ଯାହାକୁ କ୍ଳୋନ ଟ୍ରେନ୍ ନାଁ ଦିଆଯାଇଛି । ଆଇଆରସିଟିସି ଅକ୍ଟୋବର ୧୭ରୁ ପ୍ରାଇଭେଟ ‘ତେଜସ’ ଟ୍ରେନ ସେବା ଆରମ୍ଭ କରିବା ଘୋଷଣା କରିଛି । ଏହା ବାଦ୍ ନିକଟରେ ରେଲଓ୍ବେ ବୋର୍ଡ ବଭିନ୍ନ ଜୋନରୁ ୩୯ ନୂଆ ଏସି ଟ୍ରେନ ଚାଳଇବାକୁ ମଞ୍ଜୁରି ଦେଇଛି ।