ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୦୨/୧୦୨୧ : ସୋସିଆଲ୍ ମିଡିଆ ଟ୍ବିଟର୍ର ବିକଳ୍ପ ଭାବେ ଉଭା ହୋଇଥିବା ସ୍ବଦେଶୀ କୁ ଆପ୍ରେ ଭାରତୀୟ ରେଳ ଏହାର ଅଫିସିଆଲ୍ ଆକାଉଣ୍ଟ୍ ଖୋଲିଛି । ଆତ୍ମନିର୍ଭର ଆପ୍ ଚ୍ୟାଲେଞ୍ଜ ପୁରସ୍କାର ଜିତିଥିବା ଏହି ଆପ୍ରେ ରେଳ ମନ୍ତ୍ରଣାଳୟର ହାଣ୍ଡେଲ୍ ନାମ ହେଉଛି RailMinIndia । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ମଧ୍ୟ ଆଜି ଏହି ଆପ୍ରେ ନିଜର ଆକାଉଣ୍ଟ୍ ଖୋଲିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କିଛି ଦିନ ତଳେ ଏଥିରେ ଆକାଉଣ୍ଟ୍ ଖୋଲିଥିଲେ । ତାଙ୍କ ଫଲୋଅର ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଗଲାଣି । ଟ୍ବିଟର୍ ସହିତ ମତଭେଦ ଦେଖାଦେବା ପରଠାରୁ କେନ୍ଦ୍ର ସରକାର କୁ ଆପ୍ର ପ୍ରଚାର କରୁଛନ୍ତି । ଏଥିରେ ମନ୍ତ୍ରୀ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆକାଉଣ୍ଟ୍ ଖୋଲିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଆକାଉଣ୍ଟ୍ ଖୋଲିବାକୁ ମନ୍ତ୍ରୀମାନେ ଆହ୍ବାନ ଦେଉଛନ୍ତି ।
‘କୁ’ ଆପ୍ରେ ରେଳବାଇ
