

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୧: ଆଜି ଟିକା ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ମଙ୍ଗଳବାର ସକାଳେ ଦିଲ୍ଲୀ ହାର୍ଟ ଆଣ୍ଡ ଲଙ୍ଗସ୍ ଇନଷ୍ଟିଚ୍ୟୁଟରେ ପତ୍ନୀ ନୂତନ ଗୋଏଲଙ୍କ ସହ କରୋନା ଭାଇରସର ଟିକା ନେଇଛନ୍ତି । 60 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଭାରତରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ୍-19 ଟୀକାକରଣ ଆରମ୍ଭ କରାଯାଇଛି । ଏହି ପର୍ଯ୍ୟାୟରେ ପାଖାପାଖି 270 ନିୟୁତ ହିତାଧିକାରୀ ଅନ୍ତର୍ଭୁକ୍ତ ହେବେ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ କୋଭାକ୍ସିନର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ସୋମବାର ସକାଳ 9 ଟାରୁ ଆରମ୍ଭ ହୋଇଥିଲା । କୋ-ୱିନ୍ ୱେବସାଇଟରେ ପଞ୍ଜୀକରଣ କରିବା ପରେ ଟିକା ନେଇ ପାରିବେ ବରିଷ୍ଠ ।