ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ସତ୍ୟଶିଖା( ଭୁବନେଶ୍ୱର )୦୯.୦୯ . ୨୦୨୨:  ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ୨୦୨୪ ମିଶନ ପାଇଁ ସାଙ୍ଗଠନିକ ସ୍ଥିତିର ସମୀକ୍ଷା ସହ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ। ତେବେ ତୃଣମୂଳ ସ୍ତରରେ ଦଳର ସ୍ଥିତି ମଜବୁତ ପାଇଁ ରାହୁଲ ଗାନ୍ଧୀ ଓଡିଶା ଆସିବେ। ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ,୨୦୨୪ ମିଶନ ପାଇଁ ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ। ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଏହି ଯାତ୍ରା ଆରମ୍ଭ କରିଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତେବେ ୧୫୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏକ କଣ୍ଟେନରରେ ରହିବେ।

Exit mobile version