

ସତ୍ୟଶିଖା(ନୂଆଦିଲ୍ଲୀ) ୨୨ .୦୬.୨୦୨୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନା ସମ୍ପର୍କରେ ଏକ ଶ୍ୱେତ ପତ୍ର ଜାରି କରିଛନ୍ତି । ଏହା ଜାରି କରି ସେ କହିଛନ୍ତି ଆସୁଛି କରୋନାର ତୃତୀୟ ଲହର । ଏଥିପାଇଁ ଆଗୁଆ ଆରମ୍ଭ କର ପ୍ରସ୍ତୁୂତି । ଏହାସହ କରୋନା ପରିଚାଳନାରେ ବିଫଳତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ରାହୁଲ କହିଛନ୍ତି କରୋନା ଦ୍ୱାରା ଦେଶବାସୀ ଅନେକ ଯନ୍ତ୍ରଣା ପାଇଥିଲେ । ଏପରିକି ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ବି ହୋଇଥିଲା । ତେବେ ଆଗକୁ ଆସୁଥିବା ଲହର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦିଅ । ଆହୁରି ସେ କହିଛନ୍ତି ଆମେ ଯେଉଁ ରିପୋଟ୍ ଜାରି କରିଛୁ, କାହାକୁ ଆମେ ଅଙ୍ଗୁଳି ନିର୍ଦ୍ଦେଶ କରୁନୁ । ବରଂ ଯେୁଉଁ ସବୁ ଭୁଲ ହୋଇଛି ତାକୁ ସୁଧାରିବାକୁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ ।
ସରକାର କୌଣସି କାର୍ଯ୍ୟ ଠିକରେ କରିନାହାଁନ୍ତି । ରାହୁଲ କହିବା ମୁତାବକ ଗତକାଲି ଏକ ଭଲ କାମ ( ରେକର୍ଡ ଟିକାକରଣ) ହୋଇଛି । କିନ୍ତୁ ଆମକୁ ଗୋଟିଏ ଦିନରେ ସନ୍ତୁଷ୍ଟ ନହୋଇ ଏହାକୁ ପତ୍ୟେକ ଦିନ ଚଳାଇବାକୁ ପଡ଼ିବ । ଯେପର୍ଯ୍ୟନ୍ତ ଦେଶର ସବୁ ଲୋକଙ୍କୁ ଟିକା ନ ଦିଆହୋଇଛି । ସେପର୍ଯ୍ୟନ୍ତ ଆମକୁ ଏମିତି କାର୍ଯ୍ୟ କରିବାକୁ ପଡିବ ।