ଦେଶରାଜନୀତି

ରାହୁଲ ଗାନ୍ଧୀଙ୍କୁ ଏକାବନ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୯.୦୬.୨୦୨୧: ଆଜି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । 51 ବର୍ଷ ବୟସରେ ପାଦ ଥାପିଛନ୍ତି ରାହୁଲ ଗାନ୍ଧୀ । କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରାହୁଲ ଗାନ୍ଧୀ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ସେ ଦଳର କର୍ମୀଙ୍କୁ ନିବେଦନ କରିଛନ୍ତି । କୌଣସି ହୋର୍ଡିଂ କିମ୍ବା ପୋଷ୍ଟର ଲଗାନ୍ତୁ ନାହିଁ, କିନ୍ତୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।

ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାଜ୍ୟ କଂଗ୍ରେସ କମିଟି, ଦଳର ବିଭିନ୍ନ ସଂଗଠନକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ଅବଗତ କରାଇଛନ୍ତି । ଆଜିର ଦିନକୁ ଦଳ ସେବା ଦିବସ ଭାବେ ପାଳନ କରିବ । ଦଳ ରାଜ୍ୟ କଂଗ୍ରେସ କମିଟିକୁ କହିଛି ଯେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ସେମାନେ ଗରିବ ଲୋକଙ୍କୁ ରାସନ, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବେ।

ଏଥି ସହ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ କୋରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବ ଏବଂ ସାଧାରଣ ଲୋକଙ୍କୁ ଟୀକାକରଣରେ ସାହାଯ୍ୟ କରିବ ବୋଲି ଭାରତୀୟ ଯୁବ କଂଗ୍ରେସ କହିଛି । ରାହୁଲଗାନ୍ଧୀଙ୍କ ଜନ୍ମଦିନ ଅବସରରେ NSUI ଏବଂ ଭାରତୀୟ ଯୁବ କଂଗ୍ରେସ ନିଜ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ମାଗଣା କୋଭିଡ ଟୀକାକରଣ ଅଭିଯାନ ଆୟୋଜନ କରିବାକୁ ଯୋଜନା କରିଛନ୍ତି । ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଟୀକାକରଣ ସବୁଠାରୁ ବଡ ଅସ୍ତ୍ର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

Show More
Back to top button