ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆକ୍ରାମକ ହୋଇଉଠିଛି କଂଗ୍ରେସ । ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦୁଇ ଦିନ ପୂର୍ବରୁ ହିଁ ପୀଡିତାଙ୍କ ପରିବାରଲୋକଙ୍କୁ ଭେଟିବାକୁ ହାଥରସ ଅଭିମୁଖେ ଗସ୍ତ କରିଥିଲେ । ସେହି ସମୟରେ ପୋଲିସ ଉଭୟଙ୍କୁ ଗ୍ରେଟର ନୋଏଡା ପରୀ ଅଞ୍ଚଳରେ ଅଟକାଇଥିଲା । ଉଭୟଙ୍କୁ ସେଠାରୁ ଗିରଫ ମଧ୍ୟ କରାଯାଇଥିଲା । ତାପରେ ଦିଲ୍ଲୀ ଫେରିଯିବାକୁ କୁହାଯାଇଥିଲା ।
ଆଜି ପୁଣି ହାଥରସ ଅଭିମୁଖେ ଯାଇପାରନ୍ତି ରାହୁଲ ଓ ପ୍ରିୟଙ୍କା, ଦୁଇ ଦିନ ପୂର୍ବରୁ ଯାଇ ହୋଇଥିଲେ ଗିରଫ l
