ନ୍ୟୁଜ୍

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ

ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୦.୨୦୨୩ : ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏବେ ବିଜେପିର ଉପସଭାପତି ଅଛନ୍ତି ରଘୁବର ଦାସ । ସେହିପରି ଇନ୍ଦ୍ରସେନ ରେଡ୍ଡି ହେବେ ତ୍ରିପୁରା ରାଜ୍ୟପାଳ ।

Show More
Back to top button