

ସତ୍ୟଶିଖା( ପାଟନା )୧୬.୦୯ . ୨୦୨୨: ଟ୍ରେନ ଯାତ୍ରୀଙ୍କ ଠାକୁ ମୋବାଇଲ ଝାମ୍ପିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେ ଟ୍ରେନର ଝରକା ପଟେ ମୋବାଇଲ ନେବାକୁ ଚେଷ୍ଟା କରୁଥିବା ବେଳେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ମୋବାଇଲ ତ ମିଳିଲାନି। ବରଂ ସେ ଟ୍ରେନର ବାହାର ପଟେ ଝରକା ଓହଳି ରହି ଦୀର୍ଘ ୧୦ କିମି ବାଟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ବେଗୁସରାଇରୁ ଖଗରିଆ ଯାଉଥିଲା। ଏଥିରେ ବସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଯୁବକ ଜଣଙ୍କ ସାହେବପୁର କମଲ ଷ୍ଟେସନରେ ମୋବାଇଲ ଛଡ଼ାଇବାକୁ ଝରକା ପଟେ ଚେଷ୍ଟା କରିଥିଲେ। ତେବେ ସେ ମୋବାଇଲ ଝାମ୍ପିବା ବେଳେ ସତର୍କ ଥିବା ଯାତ୍ରୀ ଜଣଙ୍କ ତାଙ୍କ ହାତକୁ ଧରି ପକାଇଥିଲେ।