ସତ୍ୟଶିଖା(ନୂଆଦିଲ୍ଲୀ) ୧୨ .୦୩.୨୦୨୧: ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାକୁ ନେଇ ଗଠିତ କ୍ୱାର୍ଡ ଦେଶର ପ୍ରଥମ ଶିଖର ସମ୍ମିଳନୀ ଆଜି ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସେହିଦ୍ ସୁଗା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାଗ ନେବେ। ଏହି ଶିଖର ସମ୍ମିଳନୀରେ ବିଶ୍ୱର ହିତ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷଭାବରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉପୁଜିଥିବା ସମସ୍ୟା ଗୁଡିକର ଶାନ୍ତିପୂର୍ଣ୍ଣ ସମାଧାନ, ନୂତନ ଜ୍ଞାନ କୌଶଳ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଭିଡିଓ କନଫରେନସିଂ ଜରିଆରେ କ୍ୱାର୍ଡ଼ ଦେଶର ପ୍ରଥମ ଶିଖର ସମ୍ମିଳନୀ ଆୟୋଜିତ
