ପୁଷ୍ପାର ରେକର୍ଡ ଭାଙ୍ଗିଲା ମହେଶ ବାବୁଙ୍କ ସରକାରୁ ବାରୀ ପାଟା

ସତ୍ୟଶିଖା( ମୁମ୍ୱାଇ )୦୫.୦୮. ୨୦୨୨: ସାଉଥ୍‌ ସୁପରଷ୍ଟାର୍‌ ପ୍ରିନ୍ସ ମହେଶ ବାବୁ ନିଜ ସୁପରହିଟ୍‌ ଫିଲ୍ମ ଓ ହ୍ୟାଣ୍ଡସମ୍‌ ଲୁକ୍‌ ପାଇଁ ବେଶ୍‌ ପରିଚିତ। ତାଙ୍କ ଗୁଡ୍‌ ଲୁକ୍‌ ଓ ପର୍ଫୋମାନ୍ସ ପାଇଁ ତାଙ୍କୁ ଅନେକଥର ବଲିଉଡ୍‌ରେ ବି ଫିଲ୍ମ ଅଫର ହୋଇସାରିଛି । ତାଙ୍କ ତେଲୁଗୁ ସିନେମା ଗୁଡିକର ହିନ୍ଦୀ ଡବିଙ୍ଗ୍‌କୁ ବି ଅନେକ ଭଲପାଇବା ମିଳୁଛି । ତା ଭିତରେ ଅଛି ମହର୍ଷି, ଶ୍ରାମନ୍ତୁଡୁ, ଭରତ ଅନେ ନେନୁ  ଓ ବିଜ୍‌ନେସ୍‌ମ୍ୟାନ୍‌ ଭଳି ଅନେକ ଚଳଚ୍ଚିତ୍ର। ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ “ସରକାରୁ ବାରୀ ପାଟା” ରିଲିଜ୍‌ର ୧୨ ଦିନରେ ୨୦୦ କୋଟି ଛୁଇଁଛି। ଯାହା ଏବେ ଯାଏଁ ୟୁ.ଏସ୍‌. ବକ୍ସ ଅଫିସ୍‌ରେ ରାଜ୍‌ କରୁଛି।

ସିନେମାର ଓ୍ବାର୍ଲଡ୍‌ ଓ୍ବାଇଡ୍‌ କଲେକ୍ସନ୍‌କୁ ନେଇ ଏହାର ନିର୍ମାତାମାନେ ଏହାକୁ ୨୦୨୨ର ହାଇୟେଷ୍ଟ୍‌ ଗ୍ରସିଙ୍ଗ୍‌ ଆଞ୍ଚଳିକ ତେଲୁଗୁ ସିନେମା ବୋଲି ଘୋଷଣା କରିଛନ୍ତି। ସିନେମାର ଏତେ ମାତ୍ରାରେ ସଫଳତା ପରେ ଅନେକ ଆଲୋଚନା ଉଠିଛି ଯେ ଏହା “ପୁଷ୍ପା ଦି ରାଇଜ୍‌” ର ରେକର୍ଡ ଭାଙ୍ଗିଛି।

ବାସ୍ତବରେ ସୁକୁମାରଙ୍କ ନିର୍ଦ୍ଦେଶିତ ସାଉଥ୍‌ ସୁପରଷ୍ଟାର୍‌ ଅଲୁ ଅର୍ଜନ୍‌ ଷ୍ଟାରର୍‌ ଫିଲ୍ମ ‘ପୁଷ୍ପା ଦି ରାଇଜ୍‌” ୧୨ ଦିନରେ ବକ୍ସ ଅଫିସ୍‌ରେ ୧୯୦.୮୪ କୋଟି କମାଇଥିଲା। ଯାହାର ରେକର୍ଡ ଭାଙ୍ଗିଛି ମହେଶ ବାବୁଙ୍କ ସିନେମା “ସରକାରୁ ବାରୀ ପାଟା”। ଏହା ୧୨ ଦିନରେ ୨୦୦ କୋଟି କ୍ଲବ୍‌ରେ ସାମିଲ ହୋଇ ‘ପୁଷ୍ପା’ ର ରେକର୍ଡ ଭାଙ୍ଗିଛି।

ସିନେମାରେ ମହେଶ ବାବୁଙ୍କ ଲୁକ୍‌ ଓ ଡ୍ୟାନ୍ସ ସାଙ୍ଗକୁ ଗୀତ ଗୁଡିକ ଖୁବ୍‌ ଆକର୍ଷକ ହୋଇଛି। ଏଥିରେ ତମନ୍‌ ମ୍ୟୁଜିକ୍‌ ଭାର ସମ୍ଭାଳିଛନ୍ତି। ପୂର୍ବରୁ ତାଙ୍କ ସହ ମହେଶଙ୍କ ଯୋଡି ଜମିଥିଲା ବିଜ୍‌ନେସ୍‌ମ୍ୟାନ୍‌ ସିନେମାରେ, ଯାହାର ହିନ୍ଦୀ ଡବ୍‌କୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।  କୋରାଟଲା ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ଫିଲ୍ମ “ଭରତ ଅନେ ନେନୁ” ହେଉଛି ମହେଶ ବାବୁଙ୍କ ହାଇୟେଷ୍ଟ୍‌ ଅର୍ଣ୍ଣିଙ୍ଗ୍‌ ସିନେମା।

Exit mobile version