ଅପରାଧନ୍ୟୁଜ୍ରାଜ୍ୟ

ଧରାପଡିଲା ପୁରୀ ଶିଶୁ କନ୍ୟା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ

ସତ୍ୟଶିଖା(ପୁରୀ ) ୨୭.୦୧.୨୦୨୨ :  ପୁରୀ ଟାଉନ ଥାନା ଶିଶୁ କନ୍ୟା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମହେଶ ମହାନ୍ତି ଗିରଫ ନେଇ ଏସପି କେ. ବିଶାଲ ସିଂ ସୂଚନା ଦେଇଛନ୍ତି। ମହେଶ ବିରୋଧରେ ଲୁକ୍‌ ଆଉଟ ନୋଟିସ ଜାରି ହୋଇଥିଲା । ଶିଶୁ କନ୍ୟା ଦୁଷ୍କର୍ମ ଘଟଣାର ତିନି ଦିନ ପରେ ତାକୁ ଗିରଫ କରାଯାଇଛି। ୨୩ତାରିଖରେ ଟାଉନ ଥାନାର ସିଦ୍ଧବକୁଳ ଲେନ୍‌ରେ ଲଜ୍ଜାଜନକ ଘଟଣା ଘଟିଥିଲା। ପ୍ରଥମେ ଗୁରୁତର ଅବସ୍ଥାରେ ନାବାଳିକାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ରହିଛି ପୀଡ଼ିତା ଶିଶୁକନ୍ୟା। ଦୁଷ୍କର୍ମ ସ୍ଥାନରେ ପୁରୀ ଏସପି, ଅତିରିକ୍ତ ଏସପି, ଥାନା ଆଇଆଇସି ଯାଇ ସେଠାରେ ରହୁଥିବା ଭଡାଟିଆ ଓ ସ୍ଥାନୀୟ ବାସିନ୍ଦାଙ୍କୁ ପଚରା ଉଚୁରା କରିବା ସହ ତଦନ୍ତ କରିଥିଲେ। ଅଭିଯୁକ୍ତ ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।

Show More
Back to top button