ନ୍ୟୁଜ୍ରାଜ୍ୟ

ସମୁଦ୍ର ଆଁରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ

ସତ୍ୟଶିଖା କୋଣାର୍କ )୧୪.୦୯ . ୨୦୨୨:  ସମୁଦ୍ର ଆଁରେ ଲୀନ ହେବାକୁ ଯାଉଛି ପୁରୀ କୋଣାର୍କ ମେରାଇନ୍ ରୋଡ୍। କାରଣ ସମୁଦ୍ରର ଭୀମକାୟ ଢେଉ ମାଡରେ ମେରାଇନ୍ ଡ୍ରାଇଭର ଇକୋ-ରିଟ୍ରିଟ୍ ସ୍ଥଳ ପାଖରେ ପ୍ରାୟ ୨୫୦ ମିଟର ପ୍ରାଚୀର ଧୋଇ ଯିବା ପରେ ଏବେ ସୃଷ୍ଟି ହୋଇଛି ଏଭଳି ଆଶଙ୍କା। ଯଦିଓ ଲହ଼ଡି ମାଡ଼ରେ ଘାଇଲା ବେଳାଭୂମି ରାସ୍ତାର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପାଇଲିଂ କାମ ଚାଲିଛି, ତେବେ ଏହା କେତେ ଫଳପ୍ରଦ ହେବ ତାକୁ ନେଇ ବି ପ୍ରଶ୍ନ ଉଠିଛି।

୧୯୮୦ ମସିହାରେ ଯେତେବେଳେ ପୁରୀ-କୋଣାର୍କ ବେଳାମାର୍ଗର ନିର୍ମାଣ କରାଯାଇଥିଲା, ସେତେବେଳେ ଏହାର ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ କରାଯାଇଥିଲା। ତାସହ  ପ୍ରାକୃତିକ ବାଲିବନ୍ତ ଓ ଝାଉଁବଣ ବି ଅନ୍ୟତମ ସୁରକ୍ଷା କବଚ ସାଜିଥିଲା। ହେଲେ କାଳକ୍ରମେ ଝାଉଁବଣର ଅବକ୍ଷୟ ଓ ବେଧଡକ୍ ବାଲିବନ୍ତ ଲୁଟ୍ ଯୋଗୁଁ ଆଜି ଏଭଳି ଭୟଙ୍କର ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏମିତିକି ଏଥିପାଇଁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ସେପଟେ ପୁରୀ ଉପଜିଲ୍ଲାପାଳ କହିଛନ୍ତି ବେଳାଭୂମି ରାସ୍ତାରେ ଏନଏଚ୍ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ପାଇଲିଂ କାମ ଚାଲିଛି। ଏହାର ସ୍ଥାୟୀ ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ସ୍ତରରେ ସମୀକ୍ଷା ହୋଇଛି।

ଅଶାନ୍ତ ଅବକ୍ଷେୟ ପୁରୀ-କୋଣାର୍କ ବେଳାଭୂମିର ଏ ସ୍ଥିତି ଦେଖି କେବଳ ସ୍ଥାନୀୟ ବାସିନ୍ଦା ଆତଙ୍କିତ ନୁହଁନ୍ତି, ମନୋରମ ମେରାଇନ୍ ଡ୍ରାଇଭର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ବି ନିରାଶ ହୋଇଛନ୍ତି।

Show More
Back to top button