

ସତ୍ୟଶିଖା(ଛତିଶଗଡ) ୦୯ .୧୨.୨୦୨୧: କିଛି ଦିନ ପରେ ପୁଣି ମାଓବାଦୀଙ୍କ କାର୍ଯ୍ୟ ଭୟଙ୍କର ହେବାରେ ଲାଗିଛି । ମାଓବାଦୀ କେନାଲ କାମକୁ ବିରୋଧ କରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ କାମରେ ନିୟୋଜିତ ଥିବା ଗାଡି ପୋଡିବା ସହ ସୁପରଭାଇଜରଙ୍କୁ ଅପହରଣ କରିଛନ୍ତି ।
ପିପଲଖୁଟା ଗାଁ ନିକଟରେ ଏପରି ଘଟଣା ହୋଇଥିବା ବେଳେ ୫ ରୁ ଅଧିକ ଗାଡି ଜାଳିଦେଇଥିବା ସୁଚନା ମିଳିଛି । ଦୀର୍ଘ ଦିନରୁ ଏହି କାର୍ଯ୍ୟ କୁ ବିରୋଧ କରିଥିଲେ ମାଓବାଦୀ ଏପରିକି ବାରମ୍ବାର ପୋଷ୍ଟର ମାରି ହତ୍ୟା ଧମକ ମଧ୍ୟ ଦେଇଥିଲେ । ତେବେ ଏପରି ଘଟଣା କୁ ସ୍ଥାନୀୟ ଲୋକମାନେ ନିନ୍ଦା କରିଛନ୍ତି ।
ଗରିଆବନ୍ଧ ଜିଲ୍ଲାରେ ଜଳସେଚନ ବିଭାଗର କେନାଲ କାର୍ଯ୍ୟ ଚାଲିଥିଲେ । କେନାଲ କାମରେ ନିୟୋଜିତ ଥିଲା ଏହି ସବୁ ଗାଡି । ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି।