ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

୩୧ରୁ ପଲ୍‌ସ ପୋଲିଓ

ସତ୍ୟଶିଖା (ଭୁବନେଶ୍ୱର) ୩୦/୦୧/୨୦୨୧ : କରୋନା ଟିକାକରଣ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରେ ଆରମ୍ଭ ହେବ । ଜ‌ାନୁଆରି ୩୧ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଲିଓ ବୁନ୍ଦା ଦିଆଯିବ । ୟୁନିଟ୍‌-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି । ଏଥିରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କୋଭିଡ ପ୍ରୋଟୋକଲ ଅନୁଯାୟୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ କରିବା ଲାଗି କୁହାଯାଇଛି । ଚଳିତମାସ ୧୬ତାରିଖରେ ୩ଦିନ ଲାଗି ପୋଲିଓ କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର କରୋନା ଟିକାକରଣ ପାଇଁ ଏହାକୁ ୩୧ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

Show More
Back to top button