ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟଶିକ୍ଷା

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ l

ସତ୍ୟଶିକ୍ଷା ୨୮.୦୯.୨୦୨୦ : ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧,୫୮,୫୪୦ ଜଣ । ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ । ଆସନ୍ତା ୧ ତାରିଖ ସୁଦ୍ଧା ଅନଲାଇନରେ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । କାଲିଠୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଟ ଅଫ ମାର୍କ ପ୍ରକାଶ ପାଇଛି । ଅଧିକାଂଶ ବିଭାଗରେ ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟ ଆଗରେ ରହିଛି ।ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୫ ପ୍ରତିଶତ ଥିବା ବେଳେ, ରସାୟନ ବିଜ୍ଞାନରେ ୯୪.୬ ପ୍ରତିଶତ, ପ୍ରାଣୀବିଜ୍ଞାନରେ ୯୫.୫ ପ୍ରତିଶତ ଓ ଉଦ୍ଭିଦ ବିଜ୍ଞାନରେ ୯୩.୪ ପ୍ରତିଶତ ଓ ଗଣିତରେ ୯୫.୨ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟ ଶ୍ରେଣୀରେ ବି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି । ଏହି ବିଭାଗରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୮୮.୬୭ ପ୍ରତିଶତ ରହିଛ ।ଅପରପକ୍ଷରେ କଳା ଶ୍ରେଣୀରେ ବି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଭୂଗୋଳରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୨ ପ୍ରତିଶତ ଥିବା ବେଳେ, ଅର୍ଥନୀତିରେ ୯୦.୫, ଇଂରାଜିରେ ୮୯.୨, ସାସିଓଲୋଜିରେ ୮୪.୧୭, ଆନ୍ଥ୍ରୋପୋଲୋଜିରେ ୮୬.୩ ଓ ସାଇକୋଲୋଜିରେ ୮୪.୧୭ ରହିଛି ।

Show More
Back to top button