ସତ୍ୟଶିଖା ୦୬/୦୧/୨୦୨୧ : ଆଜିଠୁ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କୋଭିଡ୍ କଟକଣା ଭିତରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଡିସେମ୍ବର ୨୭ ତାରିଖରୁ ୩୧ ପର୍ଯ୍ୟନ୍ତ ସେବାୟତଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ତାପରେ ନୂଆବର୍ଷରେ ମନ୍ଦିର ୨ ଦିନ ବନ୍ଦ ରହିବା ପରେ ପୁଣି ଜାନୁଆରୀ ୩ରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦେଇଥିଲା ପ୍ରଶାସନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ପରୀକ୍ଷା କରାଯାଉଛି । ଏଥିପାଇଁ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଅନ୍ୟପଟେ, ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ ।
ଆଜିଠୁ ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ
